ଢ଼େଙ୍କାନାଳ ରେ ଏହି ବର୍ଷ ଟାଉନହଲ ଠାରେ ହୋଲି ବଡ ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିଲା | ସହରର ବହୁ ମାନଗନ୍ୟ ବ୍ୟକ୍ତି ଏକତ୍ରିତ ହୋଇ ସମୂହ ଭାବରେ ରଙ୍ଗର ମଜା ନେଇଥିଲେ | ଜଗତ ଉଦ୍ଧ|ର ମଂଚ ନାମକ ଏକ କମିତ୍ତୀ ଗଠନ କରାହୋଇ ଢେଙ୍କାନାଳ ର ପ୍ରତ୍ୟେକ ବର୍ଗ ର ବ୍ୟକ୍ତି ଵିଶେଷ ଙ୍କୁ ନିମନ୍ତ୍ରିତ କରାଯାଇଥିଲା | ରଙ୍ଗ ଖେଳ ସହ ଗୀତ ନାଚ ଏବଂ ପରିଶେଷ ରେ ସମସ୍ତଙ୍କୁ ବାର ଆଳୁଦମ ଲସି ଆଉ ଦହିବରା ସହ ଆପ୍ୟାୟିତ କରାଯାଇଥିଲା | ଏହାକୁ ପ୍ରତିବର୍ଷ ଏହିରୁପେ ପାଳିବାକୁ ସଭିଏ ମନସ୍ତ କରିଛନ୍ତି | ଏଠାରେ କୌଣସି ରାସାୟନିକ ରଙ୍ଗ ର ବ୍ୟବହାର କରାଯାଇ ନଥିଲା | ବିଭିନ୍ନ ରଙ୍ଗର ଅବିର ବ୍ୟବହାର ହୋଇଥିଲା |
via YouTube https://youtu.be/o-h3dFRNyJw