ହାତୀପଲଙ୍କ ଉପଦ୍ରବ ରେ ବସଯାତ୍ରୀ ପଦଯାତ୍ରୀ ଏବଂ ନିକଟସ୍ଥ ଗ୍ରାମବାସୀ ଅତିଷ୍ଠ ହେଲେଣି | ଢେଙ୍କାନାଳ ବନଖଣ୍ଡ ନିକଟରେ ଥିବା ରାସ୍ତା ଓ ଗ୍ରାମ ରେ ଦିନଦିନ ଧରି ହାତୀମାନଙ୍କର ଉପଦ୍ରଵ ଲାଗି ରହିଛି | ଗୋଟିଏ ଦୁଇଟି ନୁହେଁ ; ସହ ସହ ସଂଖ୍ୟାରେ ହାତୀପଲ ରାସ୍ତା ଅବରୋଧ,ଫସଲହାନି ଓ ଏପରିକି ବାସଗୃହ ନଷ୍ଟ କରିଚାଲିଛନ୍ତି | ଏହାକୁ ବନବିଭାଗ ଅଣଦେଖା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି | ବନବିଭାଗ ଦ୍ଵାରା ହାତୀ ହାତୀ ଉପଦ୍ରଵ କୁ ସ୍ୱୀକାର କରିବା ସହ ଷ୍ଟାଫ କମ ଓ ଯେତିକି ପାରୁଛୁ ସୁରକ୍ଷା ଦେଉଛୁ ବୋଲି କୁହାଯାଉଛି | ହାତୀ ସୁରକ୍ଷା ବାହିନୀ ରେ ଥିବା କର୍ମୀ ଙ୍କୁ ନେଇ ବନପାଳ କାମ କରିବା ସମ୍ଭବପର ନୁହେ ବୋଲି କହନ୍ତି | ଚାଷୀଙ୍କ ପାଇଁ ହାତୀ ପ୍ରମୁଖ ଶତ୍ରୁ ପାଲଟିଛନ୍ତି | ଏପରି ପରିସ୍ଥିତି କେରଳ ରେ ବି ସୃଷ୍ଟି ହୋଇଥିଲା | ଫସଲ ଅମଳ ଋତୁରେ କୃଷକ ରାତିରେ ଶୋଇ ପାରୁନଥିଲା | ହାତୀ ଘଉଡିବା ପାଇଁ ସେମାନେ ବିଦ୍ୟୁତ କରେଣ୍ଟ ଥିବା ବାଡ଼ ଲଗାଇଲେ | ରାତି ରାତି ଅନିଦ୍ରା ରହି ଢୋଲ ବଜାଇବାସହ ବାଣ ଫୁଟାଇଲେ | ହେଲେ ହାତୀପଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡେନାହିଁ | ଗତ 2017 ମସିହା ରେ ଏକ ନୂଆ ଉପାୟ ଜାଣିବାକୁ ପାଇଲେ | ମହୁମାଛି ବାକ୍ସ ନିକଟକୁ ହାତୀ ଆସୁ ନ ଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ର ଜଣେ ଗବେଷକ କହିଥିଲେ | ଏହାର କାରଣ ହେଲା ଯଦିଓ ହାତୀର ଶରୀର ମୋଟା ଚର୍ମରେ ଆବୃତ, ଏମାନଙ୍କ ସ୍ପର୍ଶକାତର ଅଙ୍ଗ ଯଥା ଆଖି କାନ ଶୁଣ୍ଡ ରେ ମହୁମାଛି ଭଅଁର ଆକ୍ରମଣ କଲେ ବିରାଟକାୟ ହାତୀ ବି ଛଟପଟ ହୋଇଯାନ୍ତି | ତେଣୁ ଚାଷୀ ମାନଙ୍କୁ ନିଜର ଚାଷ କରିବା ସହ ମହୁମାଛି ପାଳନ କରିବାକୁ ପରାମର୍ଶ ତିଆଯାଉ | Elephant herds with more than 100 numbers are crossing the roads passing through nearby jungles at dawn and dusk daily. They obstruct the passengers, destroy the farms and above all terrify the villagers. Now the villagers are advised to keep honey bee boxes near their farms to avoid elephants, because it has been proved that Elephants fear to come near it.
via YouTube https://youtu.be/pDHpoTErAlI