ଢେଙ୍କାନାଳ ରେ ଓଡିଶା ଦିବସ 2018 ପାଳନ ଅବସର ରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାହାଗିରି ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ | ଏଥି ଯୋଗୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ତଥା ଭିଆଇପି ରୋଡ଼ ଲୋକାରଣ୍ୟ ହୋଇଥିଲା | ଏପ୍ରିଲ 1 ସ୍ୱତନ୍ତ୍ର ଓଡିଶା ଦିବସ ଅବସର ରେ ଭିଆଇପି ରୋଡ଼ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ସକାଳ ଛ ଟା ଠାରୁ ଆରମ୍ଭ ହୋଇଥିଲା | ସମ୍ପୂର୍ଣ ରାସ୍ତା କୁ ବନ୍ଦ କରାଯାଇଥିଲା | ରାସ୍ତା କୁ ପରିସ୍କାର ପରିଚ୍ଛନ୍ନ କରାଯାଇଥିଲା | ରାସ୍ତା ପାର୍ଶ୍ୱରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏଥିରେ ଲୋକକଳା ଭାବେ ପରିଚିତ ପାଲା, ଘୋଡାନାଚ, ପାଈକଖାଡା, ଗୋପାଳ ଲଉଡ଼ି କରାଯାଇ ଥିବାବେଳେ ଏକ ସୁସଜ୍ଜିତ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା | ଏହା ମଧ୍ୟରେ ନୃତ୍ୟ ଗୀତ ଓ ମାଜିକ ଶୋ ପ୍ରଭୃତି ଥିଲା | ଏହା ଛଡ଼ା ଦସ୍ତଖତ ଅଭିଯାନ, ତୀର ଚାଳନା, ଜୁଡୋ କରାଟେ, ସାଇକେଲ ଚାଳନା, ସ୍ଵଛ ଭାରତ କାର୍ଯ୍ୟକ୍ରମ, ଯୋଗ, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରଭୃତି ଆୟୋଜନ କରାଯାଇଥିଲା | ଜନସାଧାରଣ ଏହାର ଆନନ୍ଦ ଉଠାଇଥିଲେ | ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ, ଉପଜିଲ୍ଲାପାଳ ଶିଳ୍ପା ଶର୍ମା, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦେଶକ ସୁଧାନନ୍ଦ ପରିଡା, କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଢେଙ୍କାନାଳରେ ଓଡିଶା ଦିବସ ପାଳନ ଅବସର ରେ ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା ନୃସିଂହଚରଣ ସାହୁ ଯୋଗଦେଇ ଢେଙ୍କାନାଳର କଲା ଏବଂ ସଂସ୍କୃତି ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ | ପୂର୍ବାନ୍ହ ରେ ଭିଆଇପି ରୋଡ଼ ଠାରେ କନ୍ୟା ସନ୍ତାନର ସୁରକ୍ଷା ଉପରେ " କଳ୍ପନା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ଜଣା ଅଜଣା ପତିଯୋଗିତା ଓ ପୋଷ୍ଟର ଅଙ୍କା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ ହୋଇଥିଲା | ସକାଳେ ସିଭିଲ କୋର୍ଟ ପରିସର ରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଜାତିର ପିତା ମହାତ୍ମା ଗାନ୍ଧୀ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସ, ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୁର୍ତି ରେ ମାଲ୍ୟପ୍ରାଣ କରାଯିବାସହ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ, ବ୍ୟାସକବି ଫକୀରମୋହନ ଙ୍କ ଫୋଟଚିତ୍ର ରେ ମାଲ୍ୟାପ୍ରଣ କରାଯାଇଥିଲା | ସନ୍ଧ୍ୟା ପରେ ଜିଲ୍ଲା କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଆଲୋକ ସଜ୍ଜା କରାଯାଇଥିଲା |
via YouTube https://youtu.be/IIuHroU_E30